ସାପ କାମୁଡାରେ ମହିଳା ମୃତ

ସର୍ପାଘାତରେ ଚାଲିଗଲା ମହିଳାଙ୍କ ଜୀବନ

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପାଟିଗଡ଼ ଗ୍ରାମରେ ବିଷାକ୍ତ ସାପକାମୁଡା ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ ସେହି ଗ୍ରାମର ସୋମନାଥ ଗୌଡ଼ଙ୍କ ପତ୍ନୀ ସରସ୍ବତୀ ଗୌଡ଼ l ସରସ୍ବତୀ ସକାଳେ ବିଲକୁ ଯାଇଥିବା ସମୟରେ ତାଙ୍କୁ ସାପ କାମୁଡିଥିବା ସୂଚନା ରହିଛି । ଏହାପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ଲାଗି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି l ଖବର ପାଇ ପୋଲସରା ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଜାରି ରଖିଛି l