ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପଦକ୍ଷେପ ନେବେ ବୋଲି କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

୧୯ ଦିନ ହେଲା ଅନଶନରେ ସୋନମ ୱାଙ୍ଗଚୁକ୍‌

ପରୀକ୍ଷାରେ ଅନିୟମିତତା ଓ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଯନ୍ତର ମନ୍ତରଠାରେ ଗତ ୧୯ ଦିନ ହେଲା ଅନଶନରେ ଥିବା ସାମାଜିକ କର୍ମକର୍ତ୍ତା ସୋନମ ୱାଙ୍ଗଚୁକ୍‌ କହିଛନ୍ତି, ସେ ଭଲ ଅବସ୍ଥାରେ ନାହାନ୍ତି, କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏତେ ଖରାପ ମଧ୍ୟ ହୋଇନାହିଁ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଭିଡିଓ ବାର୍ତ୍ତାରେ ୱାଙ୍ଗଚୁକ୍ ତାଙ୍କୁ ଅନଶନ ଭାଙ୍ଗିବାକୁ କହିବା ଅପେକ୍ଷା ଜୁଲାଇ ୨୦ ତାରିଖରେ ସଂସଦ ଅଭିମୁଖେ ନିର୍ଦ୍ଧାରିତ ପଦଯାତ୍ରାରେ ଯୋଗ ଦେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ୱାକଚୁକ୍‌ଙ୍କ ଅନଶନକୁ ନେଇ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପଦକ୍ଷେପ ନେବେ ବୋଲି କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି। ଅନଶନ ଯୋଗୁ ୱାଙ୍ଗଚୁକ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଉଥିବାକୁ ନେଇ ଚିନ୍ତା ପ୍ରକଟ କରି ହୋଇଥିବା ଆବେଦନର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା କୁହାଯାଇଛି। ଦିଲ୍ଲୀ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ଜଷ୍ଟିସ ତେଜସ୍‌ କାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟର ପ୍ରତିଦିନ କ୍ଲିନିକାଲ୍ ତଦାରଖ ସୁନିଶ୍ଚିତ କରିବାକୁ ଓ ଯେକୌଣସି ନାଗରିକର ଜୀବନ ମୂଲ୍ୟବାନ ବୋଲି ମନେ କରି ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *