ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର, ବିରୋଧୀଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ

ମାନିଫେଷ୍ଟୋରେ ଯାହା କୁହନ୍ତି ଅଧିକ କରନ୍ତି ନବୀନ

ବିରୋଧୀଙ୍କୁ ପୁଣି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ। ଚୋର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁନି ବୋଲି ସାଧାରଣ ଜନତାଙ୍କୁ ଆହ୍ଵାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କନିଷି ସାଧାରଣ ସଭାରେ ଯୋଗ ଦେଇ ବିଜେଡିର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ସରକାର କରିଥିବା ଯୋଜନା ଗୁଡିକ କେମିତି ବୋଲି ଜନତାଙ୍କୁ ପଚାରିଥିଲେ ବିଜେଡି ସୁପ୍ରିମୋ ନବୀନ। ସରକାରଙ୍କ ବିଏସକେୱାଇ, ମିଶନ ଶକ୍ତି ଯୋଜନା, ମମତା ଯୋଜନା ଭଲ କରି ବୋଲି ପଚାରିଥିଲେ। ଏହାସହ ଲକ୍ଷ୍ମୀ ବସ, ଫାଇଭ ଟି ସ୍କୁଲ, ପିଲାଙ୍କ ସ୍କଲାରସିପ, ଚାଷୀଙ୍କ କାଳିଆ ଯୋଜନା ଓ ମଧୁବାବୁ ପେନସନ, ଚାଉଳ କାର୍ଡ ଓ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଭଲ ହୋଇଛି କି ବୋଲି ପଚାରିଥିଲେ। ଆପଣମାନେ ଏତେ ଖରାରେ ବହୁ ଦୂରରେ ଆସଛନ୍ତି କହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଆପଣମାନେ ଶଙ୍ଖ ଚିହ୍ନରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଆହ୍ଵାନ କରିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ପରେ ଜନତାଙ୍କୁ ସମ୍ବୋଧିତ କରିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିରୋଧୀ ପ୍ରାର୍ଥୀଙ୍କୁ ଟାର୍ଗେଟ କରି କହିଥଲେ ଚୋର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାନି। ବିଜୁ ଜନତା ଦଳର ଭଲ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା। ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଆହୁରି ବଡ଼ ବଡ଼ ଦୁଇଟି କାର୍ୟ୍ୟକ୍ରମ ହୋଇଥିଲା। ଏ କାର୍ୟ୍ୟକ୍ରମ ଓ ସେହି କାର୍ୟ୍ୟକ୍ରମ ଭିତରେ ବହୁତ ଫରକ। ଆପଣଙ୍କ ଜୋସ ଓ ସମାଗମ ଭଲପାଇବା ଓ ସ୍ନେହ ବାର୍ତ୍ତା ଦେଉଛି । ଆସନ୍ତା ୧୩ରେ ହେବାକୁ ଥିବା ନିର୍ବାଚନରେ ବିଜେଡିକୁ ଅଜସ୍ର ସଫଳତା ମିଳୁଛି। ଶତ ପ୍ରତିଶତ ସମର୍ଥନ କରି ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। ଚୋରମାନେ କିଏ କିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ମୁହଁତୋଡ ଜବାବ ଦେବାର ଅଛି।
କନିଷି ପରେ ଆସ୍କାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର । ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦବୋଧନ ।
ମୁଖ୍ୟମନ୍ତ୍ରୀଙ୍କ ପରେ କାର୍ତ୍ତିକ ପାଣ୍ଡିଆନ ନିଜର ଉଦବୋଧନରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଏଇ ମାଟିରୁ ଜଣେ ମହାନ ଜନନାୟକଙ୍କ ଜନ୍ମ ହୋଇଛି । ଏହି ମହାନ ଜନନାୟକ କିଏ ? ଯେଉଁ ଯାତ୍ରା ଆସ୍କାରୁ ଆରମ୍ଭ ହୋଇଥିଲା ତାହା ବିକାଶର ଯାତ୍ରାରେ ପରିଣତ ହୋଇଛନ୍ତି । ମଂଚରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ମହିଳା ଅଛନ୍ତି । ଏମପି ପ୍ରାର୍ଥୀ ମଧ୍ୟ ମହିଳା । ଆମେ ମହିଳାଙ୍କୁ ଆଗକୁ ନେବୁ । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ମହିଳାଙ୍କୁ ଆଗକୁ ଆଣିବି ।ଆପଣ ଦେଖିଥିବେ କଂଗ୍ରେସ କିଛି ଦିନ ତଳେ ମେନିଫେଷ୍ଟୋ ଜାରି କରିଥିଲା । ତାଙ୍କ ନିଜ ଦଳ ଲୋକ ମଧ୍ୟ ତାକୁ ବିଶ୍ୱାସ କରୁନାହାନ୍ତି । ବିଜେପି ମଧ୍ୟ ମେନିଫେଷ୍ଟୋ ମଧ୍ୟ ଜାରି କରିଛି । ୨୦୧୪ରେ ବିଜେପି ତା’ ମେନିଫେଷ୍ଟୋର ବହୁତ କିଛି ପ୍ରତିଶ୍ରୁତି ଦେଇଥିଲା. କିଛି ପୁରଣ କଲା କି ? ୨୦୧୯ରେ ମଧ୍ୟ ବିଜେପି ଗୋଟିଏ ମେନିଫେଷ୍ଟୋ ଜାରି କରିଥିଲା । ସେତେବେଳେ ମଧ୍ୟ ବହୁତ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ କିଛି ପୁରଣ ହେଲା କି ? ଆଜି ଆମ ମୁଖ୍ୟମନ୍ତ୍ରୀ ବିଜେଡିର ମେନିଫେଷ୍ଟୋ ଜାରି କରିବେ । ଆଜି ସଂଧ୍ୟାବେଳେ ମେନିଫେଷ୍ଟୋ ଜାରି କରିବେ,ଯାହା ବିଶେଷକରି ଛାତ୍ରାମାନଙ୍କ ପାଇଁ ଖୁସୀର ଖବର ହେବ ।