ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରେ ନାହିଁ

ସବୁ ଦଳ କମିଶନ ପାଇଁ ସମାନ : ନିର୍ବାଚନ କମିଶନ

ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରେ ନାହିଁ ।  ସବୁ ଦଳ କମିଶନ ପାଇଁ ସମାନ ବୋଲି ଆଜି ପ୍ରେସମିଟରେ କହିଛନ୍ତି ନିର୍ବାଚନ କମିଶନ । କଂଗ୍ରେସର ଭୋଟ ଚୋରି ଘଟଣା ବା ପ୍ରସଙ୍ଗକୁ ମଧ୍ୟ ସେ ନିନ୍ଦା କରିଛନ୍ତି ।   କମିଶନ ସର୍ବଦା ଲୋକଙ୍କ ସହ ଛିଡ଼ା ହୋଇଛି ବେଲି ମୁଖ୍ୟ ନିର୍ବାଚନ କମିଶନର ଜଣାଇଛନ୍ତି । କମିଶନ କାହାକୁ ଡରେନି ଓ ନିର୍ଭୀକ ଭାବରେ ଛିଡା ହୋଇଥିବା କଥା ମଧ୍ୟ ଜଣାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଭାରତୀୟ ନିର୍ବାଚନ କମିଶନ(ଇସିଆଇ)ର ସାମ୍ବାଦିକ ସମ୍ମିଳନୀ ନୂଆଦିଲ୍ଲୀର ରାଇସିନା ରୋଡ୍‌ରେ ଥିବା ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଆଜି କରାଯାଇଛି ।  ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏହି ସମୟରେ ଭୋଟରମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି, ସମ୍ବିଧାନ ଅନୁଯାୟୀ, ୧୮ ବର୍ଷ ବୟସ ପୂରଣ କରିଥିବା ପ୍ରତ୍ୟେକ ଯୁବକ ଓ ଯୁବତୀ ଭୋଟର ହୋଇ ଭୋଟ ଦେବା ଉଚିତ୍‌ ।  ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ କମିଶନରେ ପଞ୍ଜିକରଣ ପରେ ହିଁ ଗଠିତ ହୁଏ ।ନିର୍ବାଚନ କମିଶନ ପାଇଁ କୌଣସି ଶାସକ ଦଳ କିମ୍ବା ବିରୋଧୀ ଦଳ ନାହିଁ ।  ସମସ୍ତେ ସମାନ ।  ନିର୍ବାଚନ କମିଶନ କେବେବି ନିଜର କର୍ତ୍ତବ୍ୟରୁ ପଛକୁ ହଟି ନାହିଁ କି ହଟିବ ନାହିଁ ।  ନିର୍ବାଚନ କମିଶନଙ୍କର କେହି ପକ୍ଷ କିମ୍ବା ବିପକ୍ଷ ଦଳ ନାହାଁନ୍ତି ।  ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରନ୍ତି ନାହିଁ ।

ଅଭିଯୋଗ ଆସିଥିବା ବିହାର ପ୍ରସଙ୍ଗରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି ।  ବିହାରର ୭ କୋଟିରୁ ଅଧିକ ମତଦାତା କେବେ ପ୍ରଶ୍ନ କରି ନାହାଁନ୍ତି ।  ନିର୍ବାଚନ କମିଶନ ସହ ଛିଡା ହୋଇଛନ୍ତି ୭ କୋଟିରୁ ଅଧିକ ଭୋଟର । ଭୋଟ୍‌ ଚୋରି ଶବ୍ଦ ସମ୍ବିଧାନକୁ ଅପମାନ । ଭୋଟ୍‌ ଚୋରି ଭଳି ଭୁଲ୍‌ ଶବ୍ଦ ପ୍ରୟୋଗ କରି ଭ୍ରମିତ କରାଯାଉଛି ।ଭୋଟରଙ୍କ ବିନା ଅନୁମତିରେ ଫଟୋ କେମିତି ସାମ୍ନାକୁ ଅଣାଗଲା ? ମାଆ,ଭଉଣୀଙ୍କ ସିସିଟିଭି ଭିଡିଓ ସାମ୍ନାକୁ ଆସିବା ଜରୁରୀ ? ଭାରତର ସମସ୍ତଙ୍କ ନାଗରିକ ମତଦାତା ହେବା ଆବଶ୍ୟକ ଏବଂ ମତଦାନ କରିବା ବି ଜରୁରୀ ।   ସବୁ ରାଜନୈତିକ ଦଳର ଜନ୍ମ ନିର୍ବାଚନ ଆୟୋଗଙ୍କ ରେଜିଷ୍ଟ୍ରେସନରୁ ହିଁ ହୋଇଥାଏ ।  ତା’ହେଲେ ସେ ସବୁ ରାଜନୈତିକ ଦଳ ଭିତରେ ଭେଦଭାବ କେମିତି କରିପାରିବେ? ନିର୍ବାଚନ ଆୟୋଗ ପାଇଁ କେହି ପକ୍ଷ କି ବିପକ୍ଷ ନଥାନ୍ତି ବରଂ ସମସ୍ତେ ସମକକ୍ଷ ଥାଆନ୍ତି ।ଗତ ୨୦ ବର୍ଷ ହେବ ଦେଶର ସବୁ ରାଜନୈତିକ ଦଳ ଗୁଡ଼ିକ ମତଦାତା ତାଲିକାରେ ତ୍ରୁଟି ସଂଶୋଧନ ପାଇଁ ଦାବି କରିଆସୁଛନ୍ତି ।  ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ବିହାରରୁ ଏସଆଇଆରର କାର୍ୟ୍ୟକ୍ରମ ଆରମ୍ଭ କରିଛି ।