ଗ୍ରାମବାସୀଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା
କେନ୍ଦ୍ର ଓ ରାଜ୍ୟ ସରକାର ବୃହତ୍ ଯୋଜନା ମାଧ୍ୟମରେ ମାଓବାଦୀଙ୍କ ମୂଳୋତ୍ପାନଟ ପାଇଁ ଯୋଜନା କରୁଛନ୍ତି। କିନ୍ତୁ ମାଓବାଦୀମାନେ ମଝିରେ ମଝିରେ ରକ୍ତପାତ କରୁଛନ୍ତି। ସୁଯୋଗ ପାଇଲେ ପ୍ରଜାକୋର୍ଟ କରି ନୀରିହ ଗ୍ରାମବାସୀଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି। ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ମାଓବାଦୀମାନେ ଏଠାରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ମାଓବାଦୀମାନେ ପେରମପଲ୍ଲୀ ଗ୍ରାମର ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ପେରମପଲ୍ଲୀ ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର କାବାସି ହୁଙ୍ଗା ନାମକ ବ୍ୟକ୍ତିକୁ ଖୋଜିଥିଲେ। ଘର ପାଇବା ପରେ ଘରୁ କାବାସି ହୁଙ୍ଗାକୁ ଟାଣିଟାଣି ଜଂଗଲ ଭିତରକୁ ନେଇ କିଛି ଘଣ୍ଟା ମଧ୍ୟରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ପରେ ଗ୍ରାମବାସୀ ଜଂଗଲରୁ କାବାସି ହୁଙ୍ଗାଙ୍କ ମୃତଦେହ ଉଦ୍ଧାର କରି ପୁଲିସକୁ ସୂଚନା ପ୍ରଦାନ କରିଥିଲେ। କାବାସି ହୁଙ୍ଗାଙ୍କୁ ନକ୍ସଲମାନେ ପୁଲିସ ଇନଫର୍ମର କହି ଅପହରଣ କରିନେଇ ଜଂଗଲରେ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ ମାରିବା ପରେ ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ମୃତଦେହକୁ ଜଂଗଲ ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିଲେ।
