କୋଟିପତି ସରକାରୀ ବାବୁଙ୍କ ଘରେ ରେଡ୍

କେଉଁଠୁ ଆଣିଲେ ଏତେ ଟଙ୍କା, ପଚରାଉଚରା କରୁଛି ଭିଜିଲାନ୍ସ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଜଳ ଯୋଗାଣ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । କିଶୋର ଚନ୍ଦ୍ର ସାହୁଙ୍କ ଭବାନୀପାଟଣା ସହରର ଜଳେଶ୍ଵର ମନ୍ଦିର ରାସ୍ତାରେ ଥିବା ତିନି ମହଲା ବିଶିଷ୍ଟ ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଘରେ ଭିଜିଲାନ୍ସ ଅଧିକାରୀ ଏକ କାଳୀନ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ ବିଭିନ୍ନ ବ୍ୟାଙ୍କରେ କିଶୋରଙ୍କର ୧କୋଟି ୮୦ଲକ୍ଷ ଟଙ୍କା ଡିପୋଜିଟ୍‌ ଥିବା ଜଣାପଡ଼ିଛି। ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ  ହୋଇଯାଇଛନ୍ତି। କୋରାପୁଟ ଓ ଜୟପୁର ଡିଭିଜନର ଭିଜିଲାନ୍ସର ୩୦ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। କିଶୋର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଅଧିକାରୀ ତଦନ୍ତ କରି ଆଜି ସକାଳେ କିଶୋରଙ୍କ ଘରେ ଚଢ଼ାଉ କରିଥିଲେ।