ଧର୍ମଶାଳା ଏବିଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଭିଜିଲାନ୍ସ ଜାଲରେ ଧର୍ମଶାଳା ଏବିଡିଓ। ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ଏବିଡିଓଙ୍କ ୭ଟି ସ୍ଥାନରେ ତଲାସୀ ଆରମ୍ଭ କରିଛି। ଏବିଡିଓଙ୍କୁ ଅସିତ କୁମାର ପାତ୍ର ଭାବରେ ଚିହ୍ନଟ କରାଯାଇଛି। ରିପୋର୍ଟ ଅନୁଯାୟୀ, ଗୁରୁବାର ଧର୍ମଶାଳା ବ୍ଲକର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ(ଏବିଡିଓ) ଅସିତ କୁମାର ପାତ୍ରଙ୍କ ଦ୍ୱାରା ତାଙ୍କ ଆୟ ଉତ୍ସଠାରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି(ଡିଏ) ଅର୍ଜନ ଅଭିଯୋଗରେ, ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ତଲାସୀ କରାଯାଉଛି। କଟକର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଜଜଙ୍କ,ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୮ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଯାଜପୁର, କଟକ, ଭଦ୍ରକ ଏବଂ ଭୁବନେଶ୍ୱର (ଖୋର୍ଦ୍ଧା) ଜିଲ୍ଲାର ୭ଟି ସ୍ଥାନରେ ତଲାସୀ ଚାଲିଛି।
