ଅଳିଆ ଜମା କରି ହଟହଟା ହେଲେ ହୋଟେଲ ମାଲିକ। ବିଏମସି ନେଲା କଠୋର ପଦକ୍ଷେପ , ସବୁ ଅଲିଆକୁ ନେଇ ହୋଟେଲ ଆଗରେ ଫୋପାଡିଲା ବିଏମସି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋଦ ଭୁବନେଶ୍ବର ଉପକଣ୍ଠ ବଡଗଡରେ। ଏହି ଅଞ୍ଚଳର ବଂଶୀଧର ନାମକ ହୋଟେଲ ଚାରିପଟେ ଜମା ରହିଥିଲା ଅଳିଆ । ଏ ଖବର ବିଏମସି ପାଇବା ପରେ ନେଇଥିଲା ଦୃଢ କାର୍ଯ୍ୟାନୁଷ୍ଠାନ । ଖୋଦ୍ ବିଏମସି କମିଶନରଙ୍କ ଉପସ୍ଥିତିରେ ଦୋକାନର ଅଳିଆକୁ ଦୋକାନ ସାମ୍ନାରେ ଟ୍ରାକ୍ଟର ଲଗାଇ ପକାଇଛନ୍ତି।
ବିଏମସି କମିଶନରଙ୍କ ଉପସ୍ଥିତିରେ ରାସ୍ତାରେ ପଡ଼ିଥିବା ଅଳିଆକୁ ଆଣି ବଂଶୀଧର ହୋଟେଲ ସାମ୍ନାରେ ଜମା କରାଯାଇଛି। ବ୍ୟବସାୟିକ ପ୍ରତିଷ୍ଠାନ ନିକଟରେ ଯଦି ଅଳିଆ ସଫା ନ କରିବେ ତେବେ ଆଗକୁ ସେହି ଅଳିଆ ସବୁ ଦୋକାନ ଆଗରେ ପଡିବ ବୋଲି କହିଛନ୍ତି କମିଶନର। ତେବେ ବିଏମସି କମିସନରଙ୍କ କହିବ ଅନୁଯାୟୀ ଯଦି ଅଲିଆ ହେଉଛି ତେବେ ତୁରନ୍ତ ବିଏମସି କୁ ଯୋଗାଯୋଗ କରନ୍ତୁ , ଖୁବ ଶୀଘ୍ର ଏହି ଅଲିଆକୁ ଉଠାଯିବ। କିନ୍ତୁ ଯଦି ଏହାକୁ କେହି ନ ମାନେ ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ମଧ୍ୟ ଆଦାୟ କରାଯିବ।
