VB G RAM G ବିଲକୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ
ଇତିହାସ ପାଲଟିଲା ମନରେଗା । VB G RAM G ବିଲକୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ । ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ଆଇନରେ ପରିଣତ ହୋଇଛି VB G RAM G । ନୂଆ ଆଇନରେ ଗ୍ରାମୀଣ ପରିବାରକୁ ପ୍ରତିବର୍ଷ ୧୨୫ଦିନ ଶ୍ରମ ଦିବସ ଗ୍ୟାରେଣ୍ଟି ମିଳିବ । ତେବେ ଏଥିରେ କେନ୍ଦ୍ର ଓ ରାଜ୍ୟର ସହଭାଗିତା ୬୦:୪୦ ଅନୁପାତ ରହିବ ।ଯଦି ଧାର୍ଯ୍ୟ ବଜେଟ୍ ରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ, ତେବେ ମନରେଗାରେ କେନ୍ଦ୍ର ସରକାର ଟଙ୍କା ଦେଉଥିଲେ । ନୂଆ ବିଲ୍ ରେ ଅତିରିକ୍ତ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡ଼ିବ। ଜାଲିଆତି ରୋକିବା ପାଇଁ ନୂଆ ବିଲରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଜିପିଏସ୍ (GPS) ଏବଂ ଆଧାର ସଂଯୋଗ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଲାଗୁ ହେବ ।ନୂଆ ଆଇନରେ ଗ୍ରାମୀଣ ଭିତ୍ତିଭୂମି ଓ ପରିବେଶ ସୁରକ୍ଷା ପାଇଁ ଦୀର୍ଘସ୍ଥାୟୀ ସମ୍ପତ୍ତି ତିଆରି ଉପରେ ଗୁରୁତ୍ୱ ଦିଆଯିବ। ଗତ ୧୮ତାରିଖରେ ଭିବିଜିରାମଜି ବିଧେୟକ- ୨୦୨୫ ଲୋକସଭାରେ ଓ ୧୯ରେ ରାଜ୍ୟସଭାରେ ପାରିତ ହୋଇଥିଲା । ତେବେ ମହାତ୍ମାଗାନ୍ଧୀଙ୍କ ନାମ ହଟାଇବା ନେଇ ବିରୋଧୀ ଦଳ ଏହାକୁ ପ୍ରବଳ ପ୍ରତିବାଦ କରିଛନ୍ତି ।
