ଶ୍ରୀମନ୍ଦିର ସହ ଯୋଡ଼ି ହେବ ସୂର୍ଯ୍ୟମନ୍ଦିର

ପୁରୀରୁ କୋଣାର୍କ ଗଡ଼ିବା ଟ୍ରେନ

ଶ୍ରୀମନ୍ଦିର ସହ ଯୋଡ଼ି ହେବ ସୂର୍ଯ୍ୟମନ୍ଦିର। ପୁରୀରୁ କୋଣାର୍କ ଗଡ଼ିବା ଟ୍ରେନ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ ୨୧୫ ହେକ୍ଟର ଜମି ଦରକାର ପଡ଼ିବ । ଏଥିପାଇଁ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ରାଜ୍ୟ ସରକାର ଜମି ଯୋଗାଇ ଦେଲେ କାମ ଆରମ୍ଭ ହେବ । ତା ସହିତ ଉକ୍ତ ଟ୍ରେନରେ ଜଗନ୍ନାଥ ସଂସ୍କୃତି ବିଷୟରେ ତଥ୍ୟ ରହିବ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଅନ୍ୟପଟେ ଗତ ୧୦ ବର୍ଷରେ ଓଡିଶାରେ ୪୦୯ଟି ରେଲୱେ ପ୍ଲାଏଓଭର ନିର୍ମାଣ ହେଇଛି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।