ଓଡ଼ିଶା ଆସିବେ ଅମିତ ଶାହ

୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବରଗଡ଼ ଗସ୍ତ

ଆସନ୍ତା ୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବରଗଡ଼ ଗସ୍ତ । ଶାହଙ୍କ ଗସ୍ତକୁ ଦୃଷ୍ଟିରେ ପ୍ରଶାସନିକସ୍ତରରେ ଜୋରଦାର ପ୍ରସ୍ତୁତି । ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ ଶାହ। ସେଠାରୁ ସଡ଼କ ପଥରେ ବରଗଡ଼ ଯିବେ । ଏନେଇ ସୂଚନା ଦେଇଛନ୍ତି ଲୋକସଭା ସାଂସଦ ପ୍ରଦୀପ ପୁରୋହିତ। ଭଟଲି ନିର୍ବାଚନମଣ୍ଡଳୀ ବାଉଲସିଙ୍ଗାଠାରେ ୧୭ ଶହ ୭୫ କୋଟି ଟଙ୍କାରେ ନିର୍ମାଣ ଇଥାନାଲ ପ୍ଲାଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ଅମିତ ଶାହ ।1G , 2G ଇଥାନାଲ ପ୍ଲାଣ୍ଟ ହେବା ଦ୍ବାରା ବରଗଡ଼ ଜିଲ୍ଲା ସମେତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ସହ ଚାଷୀ ଉପକୃତ ହେବେ । ବରଗଡ଼ ଜିଲ୍ଲାର ୭୭ ପ୍ରତିଶତ ଏବଂ ରାଜ୍ୟର ୮୦ ପ୍ରତିଶତ ବେକାରୀ ଯୁବକ ଯୁବତୀ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଭଟଲି ବିଧାୟକ ଇରାଷିଶ ଆଚାର୍ଯ୍ୟ କହିଛନ୍ତି।ଅନ୍ୟପଟେ ଶାହଙ୍କ କାର୍ଯ୍ୟକ୍ରମକୁ ସଫଳ ପାଇଁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ଇଥାନାଲ ପ୍ଲାଣ୍ଟ ସମ୍ମିଳନୀ କକ୍ଷଠାରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କ ଅଧ୍ୟକ୍ଷତାରେ ପ୍ଲାଣ୍ଟ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ବସିଛି ଘନ ଘନ ବୈଠକ । ସମ୍ବଲପୁର ଆଇଜି ହିମାଂଶୁ ଲାଲଙ୍କ ସହ ସୋନପୁର ଏସପି ନାରାୟଣ ନାୟକ, ବରଗଡ଼ ଏସପି ରବୀନ୍ଦ୍ରନାଥ ଶତପଥୀ କ୍ଷେତ୍ର ପରିଦର୍ଶନ କରିଛନ୍ତି । ସଭା ସ୍ଥଳ ପରଖିଛନ୍ତି ଆଇଜି ହିମାଂଶୁ ଲାଲ ।

Leave a Reply

Your email address will not be published. Required fields are marked *