ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କାର ଉପରେ ମାଡ଼ିଗଲା ହାଇଓ୍ବା, ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ରାତି ଅଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚନ୍ଦକା ଥାନା ଭୋଳା ଛକ ନିକଟରେ ହାଇଓ୍ବା ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦାମୀ କାର ଉପରେ ମାଡ଼ିଗଲା ହାଇଓ୍ବା । ଦୁର୍ଘଟଣାରେ ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଭୋଳା ଆପାର୍ଟମେଣ୍ଟ ସାମ୍ନାରେ ଘଟିଛି ଦୁର୍ଘଟଣା । ଦୁଇ ମୃତକ ସେହି ସ୍ଥାନୀୟ ଏକ ଆପାର୍ଟମେଣ୍ଟରେ ରହୁଥିବା ସୂଚନା ମିଳିଛି । ରାତିରେ ପାର୍ଟି ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।

Leave a Reply

Your email address will not be published. Required fields are marked *