ଟ୍ରମ୍ପଙ୍କୁ ଭେଟିଲେ ଜେଲେନସ୍କି

ଟ୍ରମ୍ପଙ୍କୁ ଭେଟିଲେ ଜେଲେନସ୍କି, ଶେଷ ପର୍ଯ୍ୟାୟରେ ଶାନ୍ତି ଆଲୋଚନା

ରୁଷ -ୟୁକ୍ରେନ ଚାଲିଥିବା ଯୁଦ୍ଧର ସମାଧାନ ପାଇଁ ବୁଝାମଣା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏଭଳି ବଡ଼ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିରେ ଏବେ ବି କିଛି ଜଟିଳ ସମସ୍ୟା ରହିଥିବା ଟ୍ରମ୍ପ ସୂଚନା ଦେଇଛନ୍ତି । “ଜମି ବା ସୀମା ବିବାଦ” ହେଉଛି ସବୁଠୁ ବଡ଼ ବାଧା । ରୁଷ ଅକ୍ତିଆର କରିଥିବା ୟୁକ୍ରେନର ଜମିକୁ ନେଇ କଥା ଅଟକିଛି ।ଟ୍ରମ୍ପ କହିଛନ୍ତି, ଏବେ ବୁଝାମଣା କରିନେବା ହିଁ ସବୁଠୁ ଭଲ ପଦକ୍ଷେପ ହେବ । ଯଦି ସବୁକିଛି ଠିକ୍ ଚାଲେ, ତେବେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଶାନ୍ତି ଚୁକ୍ତି ସମ୍ପୂର୍ଣ୍ଣ ହୋଇପାରେ । ଯଦି ଆଲୋଚନା ବିଫଳ ହୁଏ, ତେବେ ବୁଝାମଣା ହେବା କଷ୍ଟକର । ଏହା ହେଲେ ଦୁର୍ଭାଗ୍ୟଜନକ ହେବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଫ୍ଲୋରିଡ଼ାସ୍ଥିତ ଟ୍ରମ୍ପଙ୍କ ନିଜ ବାସଭବନ ‘ମାର୍-ଏ-ଲୋଗୋ’ ରେ ହୋଇଛି ସାକ୍ଷାତ ଆଲୋଚନା । ଋଷ ଓ ୟୁକ୍ରେନ ମଧ୍ୟରେ ଗତ ୪ ବର୍ଷ ହେବ ଯୁବଦ୍ଧ ଚାଲିଥିବାରୁ ଏହାକୁ ବନ୍ଦ କରି ଦୁଇ ଦେଶରେ ଶାନ୍ତି ଫେରାଇ ଆଣିବାକୁ ଚାହୁଁଛନ୍ତି ଟ୍ରମ୍ପ । ଏଥିପାଇଁ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ବିଶେଷ ଭାବେ ଆଲୋଚନା ହୋଇଛି । ତେବେ ଜେଲେନସ୍କିଙ୍କ ସହ ଆଲୋଚନା ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ଟ୍ରମ୍ପ । ବେଶ୍ କିଛି ସମୟ ଧରି ହୋଇଥିଲା ଆଲୋଚନା । ଏହାପରେ ଟ୍ରମ୍ପ ନିଜ ସୋସିଆଲ ମିଡିଆ ସାଇଟ୍ ‘ଟ୍ରୁଥ୍ ସୋସିଆଲ’ରେ ଲେଖିଛନ୍ତି ଯେ, ପୁଟିନଙ୍କ ସହ ସକାରାରାତ୍ମକ ଆଲୋଚନା ହୋଇଛି । କିନ୍ତୁ ଏହା ସାର୍ବଜନୀନ କରାଯାଇପାରିବ ନାହିଁ । ଋଷ ଓ ୟୁକେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଚତୁର୍ଥ ବର୍ଷରେ ପହଞ୍ଚିଛି । ୨୦୨୪ ମସିହା ସେପ୍ଟେମ୍ବରରେ ଟ୍ରମ୍ପ ଦୃଢୋକ୍ତି ଦେଖାଇଥିଲେ ଯେ, ସେ କ୍ଷମତାକୁ ଆସିବା ପରେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିଦେବେ । ହେଲେ ଟ୍ରମ୍ପ ଦ୍ବିତୀୟଥର ଆମେରିକା ରାଷ୍ଟ୍ରପତି ହେବାର ୧ ବର୍ଷ ବିତିବାକୁ ବସିଲାଣି, କିନ୍ତୁ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେଉନାହିଁ ।

Leave a Reply

Your email address will not be published. Required fields are marked *