ଆମ ବସ୍ ରେ ଯାତ୍ରା କରି ସ୍ଥିତି ପରଖିଲେ ପରିବହନ କମିଶନର ଅମିତାଭ ଠାକୁର

ଆମ ବସ୍ ରେ ଯାତ୍ରା କରି ସ୍ଥିତି ପରଖିଲେ ପରିବହନ କମିଶନର ଅମିତାଭ ଠାକୁର

ଆମ ବସ୍ ରେ ଯାତ୍ରା କରି ସ୍ଥିତି ପରଖିଲେ ପରିବହନ କମିଶନର ଅମିତାଭ ଠାକୁର । ବସ୍ କେତେ ଦ୍ରୁତ ଗତିରେ ଯାଉଛି, ଯାତ୍ରୀଙ୍କ ସୁରକ୍ଷାକୁ କେତେ ଗୁରୁତ୍ବ ଦିଆଯାଉଛି, ତାର ରିଆଲିଟି ଚେକ୍ କରିଛନ୍ତି ପରିବହନ କମିଶନର । ଗତକାଲି ଠାରୁ ଆମ ବସ୍ ଡ୍ରାଇଭରମାନଙ୍କୁ ଯାଞ୍ଚ ଚାଲିଥିବା ବେଳେ ଆଜି ନିଜେ ଆମ ବସ୍ ରେ ଭୁବନେଶ୍ବରରୁ କଟକ ଯାତ୍ରା କରିଥିଲେ ଅମିତାଭ ଠାକୁର । ଯାତ୍ରୀମାନଙ୍କ ସହ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କରିଥିଲେ।ଧାର୍ଯ୍ୟ ସମୟରେ ପହଞ୍ଚିବାରେ ବିଳମ୍ବ ହେଲେ ବି ଗାଡ଼ିର ବେଗ ବୃଦ୍ଧି ନକରି କମ୍ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ବସରେ ଯାତ୍ରା ସମୟରେ ବରିଷ୍ଠ ନାଗରିକ କେଉଁ ପ୍ରକାର ସମସ୍ୟାର ସାମ୍ନା କରୁଛନ୍ତି ସେନେଇ ମଧ୍ୟ ପଚାରି ବୁଝିଥିଲେ । ଆଗକୁ ଆହୁରି ସୁଧାର ପାଇଁ ପଦକ୍ଷେପ ନିଆଯିବ ବୋଲି କମିଶନର କହିଛନ୍ତି । ଅନେକ ବ୍ୟବସ୍ଥାରେ ସୁଧାର ଆଣିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ଯାତ୍ରୀମାନେ ମତ ରଖିଥିଲେ ।