ଛତିଶଗଡ଼ ରାୟପୁରରେ ମର୍ମନ୍ତୁଦ ଦୁର୍ଘଟଣା

ମିନି ଟ୍ରକ୍ କୁ ଧକ୍କା ଦେଲା ଟ୍ରଲର, ୧୩ ମୃତ

ମର୍ମନ୍ତୁଦ ଦୁର୍ଘଟଣା । ମିନି ଟ୍ରକ୍ କୁ ଧକ୍କା ଦେଲା ଟ୍ରଲର। ଘଟଣାସ୍ଥଳରେ ୯ ମହିଳାଙ୍କ ସମେତ ୧୩ ମୃତ। ୧୨ ଆହତ। ଛତିଶଗଡ଼ ରାୟପୁର ବାଲୋଦବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ମୃତକମାନେ ଚତାଉଦ ଗାଁର। ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସମସ୍ତେ ବନ ବନାରସୀକୁ ଯାଇଥିଲେ। ସେଠାରୁ ଫେରିବା ବାଟରେ ସରଗାଓଁ ନିକଟରେ ଏକ ଟ୍ରେଲର ସହ ଧକ୍କା ହୋଇଥିଲା। ଆହତ ମାନଙ୍କୁ କୁରନ୍ତ ଉଦ୍ଧାର କରାଯାଇ ଡକ୍ଟର ବିଆର ଆମ୍ବେଦକର ମେମୋରିଆଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଓଭରଲୋଡିଂ ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।