ଆଜି ସରିବ ଐତିହାସିକ ବାଲିଯାତ୍ରା !

ବଢିବ କି ବାଲିଯାତ୍ରା ଅବଧି ?

ଆଜି ବାଲିଯାତ୍ରାର ଶେଷଦିନ । ଏହି ଐତିହାସିକ ବାଲିଯାତ୍ରା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୮ ଦିନଧରି ଚଳିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଆଜି ସରୁଛି ଏହି ମେଳାର ସମୟ ଅବଧି । ତେବେ ଗତକାଲି ବାଲିଯାତ୍ରାରେ ଦେଖିବାକୁ ମିଳିଥିଲା ଅହେତୁକ ଭିଡ଼। ୮ଦିନ ଦର୍ଶକଙ୍କ ପାଇଁ ଯଥେଷ୍ଟ ହୋଇନଥିବା ଦର୍ଶକ ଦାବି କରୁଥିବା ବେଳେ ମେଳାର ସମୟ ବଢାଇବାକୁ ଅନୁରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଆଜି ଶେଷଦିନରେ ବାଲିଯାତ୍ରାରେ ଅସମ୍ଭବ ଭିଡ଼ ହେବାର ଆଶଙ୍କା ରହିଛି । ଉପର ଓ ତଳ ବାଲିଯାତ୍ରା ପଡିଆରେ ଲୋକଙ୍କର ଖଚାଖଚ ଭିଡ଼ ଲାଗୁଛି । ତେଣୁ ବାଲିଯାତ୍ରାର ଅବଧିକୁ ଦୁଇଦିନ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ। ତେବେ ଏହି ସମୟ ଅବଧି ବଢୁଛି କି ନାହିଁ ତାହା ଏଖିବାକୁ ବାକି ରହିଲା ।