ସନ୍ଧ୍ୟା ସାଢ଼େ ୬ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟ । ଗୁରୁତ୍ଵପୂର୍ଣ୍ଣ ବିଷୟରେ ବାଜିପାରେ ମୋହର। ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ସାଢ଼େ ୬ଟାରେ ବସିବ । ଗୁରୁତ୍ଵପୂର୍ଣ୍ଣ ଆଲୋଚନା ସହ ୧୨ରୁ ଅଧିକ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଆଲୋଚନା ହୋଇଛି । ଏହି ପ୍ରସ୍ତାବ ମଧ୍ୟରେ କୃଷି, ସ୍ବାସ୍ଥ୍ୟ, ଗଣଶିକ୍ଷା, ଜଳସମ୍ପଦ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି ।

ରାଜ୍ୟସରକାର ବିଶେଷ କରି କୃଷି କୃଷକଙ୍କ ଉପରେ ଗୁରୁତ୍ବ ଦେବେ ବୋଲି ଆଲୋଚନା ହୋଇଛି। ଓଡ଼ିଶାର କୃଷି କିଭଳି ଅଧିକ ସଶକ୍ତ ହୋଇପାରିବ ସେନେଇ ବିଭାଗ ପକ୍ଷରୁ ହେବାକୁ ଥିବା ମିଶନକୁ ପୂରଣ କରିବାକୁ ୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିପାରେ । ଏହାସହ ରାଜ୍ୟରେ ଜଳସେଚନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଲାଗି ଜଳସମ୍ପଦ ବିଭା ଗ ପକ୍ଷରୁ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଅଣାଯିବ ।

ଆଜିର କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଆସିବ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ତେବେ ଓଡ଼ିଶାର ଅଗ୍ରଗତିକୁ କିପରି ତ୍ୱରାନ୍ୱିତ କରାଯିବ ଏହାର ପର୍ଯ୍ୟବେକ୍ଷଣ କରାଯିବା ସହ ବିଭିନ୍ନ ପ୍ରସ୍ତାବ ଉପରେ ବାଜିବ କ୍ୟାବିନେଟ୍ ମୋହର।