ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା, ବଲିଉଡ ସିଙ୍ଗର୍ ଶ୍ରେୟା ଘୋଷାଲଙ୍କ ଗୀତରେ ଝୁମିବେ ଦର୍ଶକ
ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା । ଶେଷ ସନ୍ଧ୍ୟାରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ । ସାମିଲ ହେବେ ବଲିଉଡ ସିଙ୍ଗର୍ ଶ୍ରେୟା ଘୋଷାଲ । ଏଥିପାଇଁ ଓଡ଼ିଶାରେ ପହଂଚି ସାରିଛନ୍ତି ଶ୍ରେୟା । ଭୁବନେଶ୍ବରରେ ପହଂଚିବା ପରେ କଟକ ଅଭିମୁଖେ ଯାଇଛନ୍ତି ।ସେହିପରି ନଭେମ୍ୱର ୭ରେ ଅକ୍ଷୟ ମହାନ୍ତି ମଞ୍ଚର ବଲିଉଡ ଗାୟିକା ହର୍ଷଦୀପ କୌରଙ୍କ ଜଲୱାରେ ଫିଦା ହୋଇଥିଲେ ଦର୍ଶକ । ବାଲିଯାତ୍ରା ବୁଲିବା ସହ ସୁସ୍ଵାଦ୍ୟ ଖାଦ୍ୟ, କିଣାକିଣି, ଦୋଳି ଖେଳି ଭରପୁର ମଜା ଉଠାଇଛନ୍ତି ଲୋକେ।
