ରତ୍ନଭଣ୍ଡାର ମରାମତି ନେଇ ଛତିଶା ନିଯୋଗ ବୈଠକରେ ହେବ ଆଲୋଚନା

ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

ଆଜି ବସିବ ଛତିଶା ନିଯୋଗ ବୈଠକ। ରତ୍ନଭଣ୍ଡାର ମରାମତି ଓ ରତ୍ନ ଗଣତିମଣତି ନେଇ ବୈଠକରେ ହେବ ଆଲୋଚନା । ନୀତିକାନ୍ତି ପ୍ରଭାବିତ ନହୋଇ କିଭଳି ମରାମତି ପାଇଁ ସମୟ କଢାଯିବ ସେନେଇ ବୈଠକରେ ହେବ ନିଷ୍ପତ୍ତି। ଅନ୍ୟପଟେ ରତ୍ନଭଣ୍ଡାର ମରାମତି ପାଇଁ ପ୍ରତିଦିନ ୫ରୁ ୬ ଘଣ୍ଟା ଆବଶ୍ୟକ ଥିବା ବେଳେ କେଉଁ ସମୟରେ ଓ କେଉଁ ନୀତି ପରେ ମରାମତି କରାଯିବ ସେନେଇ ନିଆଯିବ ନିଷ୍ପତ୍ତି । ଜୁଲାଇ ୧୪ ଓ ୧୮ ତାରିଖରେ ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହୋଇଥିଲା । ଅଗଷ୍ଟ ୨୩ରେ ଖାଲି ସିନ୍ଦୁକକୁ ଭଣ୍ଡାରରୁ ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର କରାଯାଇଥିଲା ।