ଆଖୁଆପଦାଠାରେ ବୈତରଣୀର ଜଳସ୍ତର କମିଛି

ରାଜ୍ୟରେ ନାହିଁ ବନ୍ୟାସ୍ଥିତି

ରାଜ୍ୟରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଗତ କିଛି ଦିନର ବର୍ଷା ପରେ ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ଏବେ ତାହା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଆଜି ଆଖୁଆପଦାଠାରେ ବୈତରଣୀର ଜଳସ୍ତର କମିଛି ଏବଂ ଆସନ୍ତାକାଲି ସୁଦ୍ଧା ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଯିବ ବୋଲି ଆଶା କରାଯାଉଛି । ସେହିପରି ଜଳକା ନଦୀ ଯୋଗୁଁ ବସ୍ତା ଓ ବାଲେଶ୍ୱର ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଦେଖାଦେଇଥିଲେ ହେଁ ଏବେ ଏହା ବିପଦ ସଂକେତ ତଳକୁ ଖସି ଆସିଲାଣି। ବୁଢ଼ାବଳଙ୍ଗ ଓ ବ୍ରାହ୍ମଣୀ ନଦୀରେ ମଧ୍ୟ ବନ୍ୟାର କୌଣସି ଆଶଙ୍କା ନାହିଁ ।ମହାନଦୀ ଅବବାହିକାରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇନାହିଁ । ହୀରାକୁଦ ଜଳଭଣ୍ଡାରରେ ବନ୍ୟା ଜଳ ଧାରଣ ପାଇଁ ପର୍ଯ୍ୟାପ୍ତ କ୍ଷମତା ରହିଛି ଏବଂ ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ନଥିବାରୁ ବିପଦ ବହୁତ କମ୍ ରହିଛି । ତେବେ ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ଆଜି ରାତିରେ ଜଳସ୍ତର ସାମାନ୍ୟ ବଢ଼ିପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *