ଡିସେମ୍ବର ୧୫ ପୂର୍ବରୁ ବସିପାରେ ସଂସଦର ଶୀତ ଅଧିବେଶନ
ଡିସେମ୍ୱର ୧୫ ତାରିଖ ପୂର୍ବରୁ ଆରମ୍ଭ ହୋଇପାରେ ସଂସଦର ଶୀତ ଅଧିବେଶନ। ସରକାର ଶୀତ ଅଧିବେଶନ ଡାକିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜାତୀୟ ଗଣମାଧ୍ୟମ ପିଟିଆ ସୂତ୍ରରୁ ସୂଚନା। ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସଂସଦର ପରବର୍ତ୍ତୀ ଅଧିବେଶନ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଗାମୀ ଶୀତ ଅଧିବେଶନରେ ଡିଲିମିଟେସନ ବିଲ ଓ ମହିଳା ସଂରକ୍ଷଣ ବିଲ ଆଗତ କରି ପାରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।
