ଆସିଲା ଏସ୍‌ଆଇଆର ବିସ୍ତୃତ ରିପୋର୍ଟ

ଓଡ଼ିଶାରୁ ବାଦ୍ ପଡ଼ିଲେ ୮ଲକ୍ଷ ରୁ ଅଧିକ ଭୋଟର

ଆସିଲା ଏସ୍‌ଆଇଆର ବିସ୍ତୃତ ରିପୋର୍ଟ । ଓଡ଼ିଶାରୁ ବାଦ୍ ପଡ଼ିଲେ ଲକ୍ଷ ଲକ୍ଷ ଭୋଟର । ରାଜ୍ୟ ଭୋଟର ତାଲିକାର ସଂଶୋଧନ ପରେ ଏସ୍‌ଆଇଆର୍‌ ରିପୋର୍ଟରୁ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏହି ପ୍ରକ୍ରିୟାରେ ଭୋଟର ଲିଷ୍ଟରୁ ପ୍ରାୟ ୮ ଲକ୍ଷ ୩୨ ହଜାର ୬୨୭ ଜଣ ମୃତ ଭୋଟରଙ୍କ ନାମ କଟାଯାଇଥିବା ବେଳେ ୧ ଲକ୍ଷ ୯୯ ହଜାର ୨୫୧ ଜଣ ଭୋଟରଙ୍କୁ ଚିହ୍ନଟ କରାଯାଇ ପାରିନାହିଁ । ସଂଖ୍ୟା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨,୦୭,୬୨୪ ଜଣ ଭୋଟର ବାଦ୍ ପଡ଼ିଛନ୍ତି । ଏହା ପଛକୁ କଟକରୁ ୧,୫୫,୧୬୪, ମୟୂରଭଞ୍ଜରୁ ୧,୧୧,୨୬୭, ଯାଜପୁରରୁ ୧,୦୫,୦୧୪ ଏବଂ ବଲାଙ୍ଗୀରରୁ ୯୯,୨୫୮ ଜଣଙ୍କ ନାମ ତାଲିକାରୁ କଟାଯାଇଛି । ଅନ୍ୟପଟେ ପ୍ରତିଶତ ହିସାବରେ ମାଲକାନଗିରି ଜିଲ୍ଲା ସବୁଠାରୁ ଆଗରେ ରହିଛି, ଯେଉଁଠି ସର୍ବାଧିକ ୧୦.୨୫ ପ୍ରତିଶତ ବା ୪୭,୩୫୫ ଜଣ ମତଦାତା ବାଦ୍ ପଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *