କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ

ଡରାଉଛି କରୋନା, ୭ ମାସର ରେକର୍ଡ ଭାଙ୍ଗିଲା ନୂଆ ସଂକ୍ରମଣ

କରୋନା ଜୀବାଣୁ ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦେଶର ଅନେକ ସ୍ଥାନରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏବେ ପର୍ଯ୍ୟନ୍ତ, କୋଭିଡ-୧୯, ଜେଏନ.୧ ର ନୂଆ ପ୍ରଜାତି ୯ଟି ରାଜ୍ୟରେ ବ୍ୟାପିଛି। ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ମଧ୍ୟ ସତର୍କ ହୋଇଛନ୍ତି। ଗତ କିଛି ଦିନ ହେବ କରୋନା ମାମଲାରେ ବୃଦ୍ଧି ଘଟିଛି। ଏହି ସମୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। କରୋନା ସଂକ୍ରମଣ ଗତ ୭ମାସର ରେକର୍ଡ ଭାଙ୍ଗିଛି । ଏହି କାରଣରୁ କରୋନା ପୁଣି ଥରେ ଚିନ୍ତା ବଢାଉଛି। କରୋନା ଜୀବାଣୁଙ୍କର ନୂଆ ଭାରିଏଣ୍ଟର ସଂକ୍ରମଣରେ ପ୍ରତିଦିନ ବୃଦ୍ଧି ଘଟୁଛି। ଆଜି ସାରା ଦେଶରେ ୭୯୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ଗତ ୨୪ଘଣ୍ଟା ମଧ୍ୟରେ ଏହି ସଂକ୍ରମଣ ଯୋଗୁଁ ୪ଜଣ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ କେରଳରୁ ଦୁଇଜଣ ଏବଂ ତାମିଲନାଡୁ ଏବଂ ପୁଡୁଚେରୀରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି।