ରାଜଧାନୀରେ ମଧ୍ୟବିତ୍ତଙ୍କୁ ମିଳିବ ଘର
ରାଜଧାନୀରେ ମଧ୍ୟବିତ୍ତଙ୍କୁ ମିଳିବ ଘର । ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର । ୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ MIG, LIG, LIG -1, MIG -2ରେ ମିଳିବ ଘର । ଲଟେରି ମାଧ୍ୟମରେ ଘର ଦିଆଯିବ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଧନୀକ ଶ୍ରେଣୀ ଲୋକ ଏଥିପାଇଁ ଆବେଦନ କରିପାରିବେ ନାହିଁ । ପିପିପି ମୋଡରେ ଘର ତିଆରି କରିବାକୁ ସରକାରଙ୍କ ନିଷ୍ପତ୍ତି । ଘର ତିଆରି କରିବା ପାଇଁ ଟେଣ୍ଡର କରାଯିବ । ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଘର ତିଆରି କରିବେ ସରକାର । ପ୍ରଥମ ପର୍ଯ୍ୟାୟରେ ମହାନଗର ଅଞ୍ଚଳ ଗୁଡିକରେ ସୁଲଭ ମୂଲ୍ୟରେ ଘର କରିବାକୁ ଚିନ୍ତା କରୁଛନ୍ତି ସରକାର । ସହର ଗୁଡ଼ିକୁ ବିସ୍ତାର କରାଯିବ, ଲୋକଙ୍କୁ ଯୋଗାଯୋଗ ସୁବିଧା ମିଳିବ ।
