ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ

ପହଲଗାମରେ ଆତଙ୍କୀ ଆକ୍ରମଣ: ବାଲେଶ୍ବରର ପ୍ରଶାନ୍ତ ମୃତ

ଜମ୍ମୁ-କାଶ୍ମୀରର ପହଲଗାମ୍‌କୁ ବୁଲିବାକୁ ଯାଇଥିବା କିଛି ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ କିଛି ଓଡ଼ିଆ ଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି, ବାଲେଶ୍ବର ସହର ଉପକଣ୍ଠ ସଦର ଥାନା ସାରଗାଁ ପଞ୍ଚା‌ୟତ ଇଶାଣି ଗ୍ରାମର ପ୍ରଶାନ୍ତ କୁମାର ଶତପଥୀ(୪୧)। ତେବେ ତାଙ୍କ ପତ୍ନୀ ବାଲେଶ୍ବର ବ୍ଲକ୍‌ ପ୍ରୋଗ୍ରାମ୍‌ କୋଅର୍ଡିନେଟର ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜ ସୁରକ୍ଷିତ ଅଛନ୍ତି। ପ୍ରଶାନ୍ତ ବାଲେଶ୍ବରସ୍ଥିତ ସିପେଟ୍‌ରେ ଆକାଉଣ୍ଟାଣ୍ଟ୍‌ ଭାବେ ଚାକିରି କରିଥିଲେ। ଗତ ରବିବାର ଦିନ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅ ତନୁଜଙ୍କୁ ସାଙ୍ଗରେ ‌ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ।