ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ନିଲାମ

ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ୧୭ ଲକ୍ଷ ଟଙ୍କାରେ ନିଲାମ

ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ନିଲାମ । ୪ ଟନ ବିଶିଷ୍ଟ ଏହି ବିଶାଳକାୟ ଲଡୁକୁ ୧୭ ଲକ୍ଷ ଟଙ୍କାରେ ନିଲାମରେ ନେଇଛନ୍ତି ତାଳଚେର ଡାଇମଣ୍ଡ ଗ୍ରୁପ । ଭସାଣିର ଗୋଟିଏ ଦିନ ପୂର୍ବରୁ ତାଳଚେର ଗଣପର୍ବ ଗଣେଷ ପୂଜାର ଏହି ଲଡୁ ନିଲାମ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପୂଜାର୍ଚ୍ଚନା କରି ବିଶାଳ ଶୋଭା ଯାତ୍ରାରେ ସହର ପରିକ୍ରମା କରି ଏକ ଟ୍ରକରେ ଏହି ଲଡୁକୁ ନିଲାମ ସ୍ଥଳକୁ ଅଣାଯାଇଥିଲା ।ପରେ ପରେ ପ୍ରଶାସନ ଓ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ନିଲାମ ଡ଼କାଯାଇଥିଲା । ଏକ ଲକ୍ଷରୁ ନିଲାମ ଡାକରା ଆରମ୍ଭ ହୋଇଥିବା ବେଳେ ୧୭ ଲକ୍ଷ ଟଙ୍କାରେ ଡାଇମଣ୍ଡ ଗ୍ରୁପ ଏହାକୁ ନିଲାମରେ ନେଇଥିଲେ । ନିଲାମ ଡାକରାରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକଙ୍କ ସହ ତାଳଚେର ଉପଜିଲ୍ଲାପାଳ ଓ ଏସଡିପିଓ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *