ଚାରା ଘୋଟାଲା ମାମଲାରେ ଲାଲୁ ଯାଦବଙ୍କୁ ଆଶ୍ବସ୍ତି

ଲାଲୁ ଯାଦବଙ୍କ ଜାମିନ ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

ଆରଜେଡି ପ୍ରମୁଖ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦେବଘର ଚାରା ଘୋଟାଲ ମାମଲାରେ ଆଶ୍ବସ୍ତି ମିଳିଛି । ସୁପ୍ରିମକୋର୍ଟ ଲାଲୁ ଯାଦବଙ୍କ ଜାମିନକୁ ରଦ୍ଦ କରିବାକୁ ମନା କରିଦେଇଛନ୍ତି । ସିବିଆଇ ଚାରା ଘୋଟାଲା ମାମଲାରେ ଦୋଷୀ ଥିବା ଲାଲୁ ଯାଦବଙ୍କ ଜାମିନକୁ ରଦ୍ଦ କରିବାକୁ ଦାବି କରିଥିଲା । ସୁପ୍ରିମକୋର୍ଟ ଲାଲୁ ଯାଦବଙ୍କ ଜାମିନ ଦେବା ହାଇକୋର୍ଟ ଆଦେଶରେ ଦଖଲ ଦେବାକୁ ମନା କରିଦେଇଛନ୍ତି ।ସୂଚନା ମୁତାବକ, ସୁପ୍ରିମକୋର୍ଟ ଲାଲୁ ଯାଦବଙ୍କ ଜାମିନକୁ ରଦ୍ଦ କରିବା ପାଇଁ ସିବିଆଇ କରିଥିବା ଦାବିକୁ ମନା କରିଛନ୍ତି । କୋର୍ଟ କହିଛନ୍ତି, ଆମେ ହାଇକୋର୍ଟଙ୍କ ଆଦେଶର ଅବମାନନା କରିବାକୁ ଚାହୁଁନାହୁଁ, ଖାସ୍ କରି ୭ ବର୍ଷ ବିତିଯାଇଥିବା ଘଟଣାକ ନେଇ । ସିବିଆଇର ଅପିଲ ୨୦୧୮ର ରହିଛି । ଏହାସହିତ ସୁପ୍ରିମକୋର୍ଟ ହାଇକୋର୍ଟଙ୍କୁ ଲାଲୁ ଯାଦବଙ୍କ ମାମଲାର ଶୁଣାଣିକୁ ଶୀଘ୍ର କରିବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *