CJP ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଅଟକ ସମସ୍ତ ନାବାଳକଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

CJP ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଅଟକ ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି କୋର୍ଟ । କକରୋଚ୍ ଜନତା ପାର୍ଟି (CJP) ନେତୃତ୍ୱରେ ହୋଇଥିବା ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି । କୋର୍ଟ ସମସ୍ତ ରାଜ୍ୟରେ ଅଟକ ରଖାଯାଇଥିବା ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀର ଜନ୍ତର ମନ୍ତର ସମେତ ବିଭିନ୍ନ ରାଜ୍ୟରେ ଆନ୍ଦୋଳନରେ ସାମିଲ ପ୍ରଦର୍ଶନକାରୀଙ୍କ ବିରୋଧରେ ପରବର୍ତ୍ତୀ କୌଣସି କଠୋର ପଦକ୍ଷେପ ନିଆଯିବ ନାହିଁ । ତେବେ ଅପରାଧିକ ଇତିହାସ ଥିବା ବ୍ୟକ୍ତିଙ୍କ ପାଇଁ ଏହି ସୁରକ୍ଷା ଲାଗୁ ହେବ ନାହିଁ । କୋର୍ଟ ସମସ୍ତ ରାଜ୍ୟରେ ଅଟକ ରଖାଯାଇଥିବା ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଅତ୍ୟାଚାର ସମ୍ପର୍କିତ ଅଭିଯୋଗରେ ପ୍ରାଥମିକ ଭାବେ ସତ୍ୟତା ଥିବା ଦର୍ଶାଇ କୋର୍ଟ ଏକ ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ ପାଇଁ ଉଚ୍ଚକ୍ଷମତାସମ୍ପନ୍ନ କମିଟି ଗଠନ କରିବା ପ୍ରସ୍ତାବ ରଖିଛନ୍ତି ।

Leave a Reply

Your email address will not be published. Required fields are marked *