ଭକ୍ତଙ୍କ ସୁବିଧା ଓ ନୀତିକାନ୍ତିକୁ ଗୁରୁତ୍ୱ

ପୁଣି ବଦଳିବ ଶ୍ରୀମନ୍ଦିର ରାମ୍ପ ଡିଜାଇନ୍

ଶ୍ରୀମନ୍ଦିର ନାଟ ମଣ୍ଡପ ଧାଡ଼ି ଦର୍ଶନ ପାଇଁ ବଦଳିବ ରାମ୍ପ ଡିଜାଇନ୍ । IIT ଭୁବନେଶ୍ୱରରେ ରାମ୍ପ ଡିଜାଇନର ସମୀକ୍ଷା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଡିଜାଇନ ନାକଚ । ଡିଜାଇନରେ ଥିବା ଷ୍ଟେପ୍ ନୀତି କାନ୍ତି ବେଳେ ସମସ୍ୟା ସୃଷ୍ଟି କରିବ । ତ୍ରୁଟି ସୁଧାରିବା ପରେ ପୁନଃ ସମୀକ୍ଷା ହେବ । ପରିଚାଳନା କମିଟି ଅନୁମୋଦନ ପରେ ଏହା ଲାଗୁ କରିବା ନେଇ ନିଷ୍ପତ୍ତି ନିଆଯିବ ।ବର୍ତ୍ତମାନ ଗହଳିକୁ ନଜରରେ ରଖି ଧାଡ଼ି ଦର୍ଶନ ବ୍ୟବସ୍ଥା ଜରୁରୀ କିନ୍ତୁ ନୀତିକାନ୍ତି ଓ ଭକ୍ତଙ୍କୁ ସୁହାଇବା ଭଳି ଡିଜାଇନକୁ ଅନୁମୋଦନ ଦିଆଯିବ କହିଛନ୍ତି କମିଟି ସଦସ୍ୟ । ଶ୍ରୀମନ୍ଦିରରେ ପ୍ରସ୍ତାବିତ ଧାଡ଼ି ଦର୍ଶନ ପାଇଁ ଆଇ ଆଇ ଟି ଭୁବନେଶ୍ୱରରେ ଚାଲିଛି ରାମ୍ପ ନିର୍ମାଣ । ଠିକା ସଂସ୍ଥା ଓବିସିସି ପକ୍ଷରୁ ଡିଜାଇନ୍ ପ୍ରସ୍ତୁତ କରିଛି IIT ଭୁବନେଶ୍ୱର । ପୂର୍ବରୁ ୩ଥର ରାମ୍ପ ଡିଜାଇନ୍ ବଦଳିଛି ।

Leave a Reply

Your email address will not be published. Required fields are marked *