ଶ୍ରେୟସ ଆୟର ଭାରତର ନୂଆ ଟି-୨୦ ଅଧିନାୟକ
ଭାରତୀୟ କ୍ରିକେଟ୍ରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଅଜିତ ଅଗରକରଙ୍କ ନେତୃତ୍ୱରେ ବିସିସିଆଇ ଚୟନ କମିଟି ଏକ ବଡ଼ ନିଷ୍ପତ୍ତି ନେଇଛି । ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ସେଟ୍ଅପ୍ରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି । ଏବେ ଶ୍ରେୟସ ଆୟର ହେଉଛନ୍ତି ଟିମ୍ ଇଣ୍ଡିଆର ନୂଆ ଟି-୨୦ କ୍ୟାପ୍ଟେନ୍ । ଯୁବ ତାରକା ତିଲକ ବର୍ମାଙ୍କୁ ମିଳିଛି ଉପ-ଅଧିନାୟକ ଦାୟିତ୍ୱ ।
ଏକାସଙ୍ଗେ ୩ଟି ବଡ଼ ଦଳ ଘୋଷଣା ହୋଇଛି । ଆୟରଲ୍ୟାଣ୍ଡ ଗସ୍ତ, ଇଂଲଣ୍ଡ ସିରିଜ୍ ଏବଂ ଜାପାନ ଏସିଆନ ଗେମ୍ସ ୨୦୨୬ ପାଇଁ ଭାରତୀୟ ସ୍କ୍ୱାଡ୍ ସାମ୍ନାକୁ ଆସିଛି । ଏହି ସବୁଯାକ ପ୍ରତିଯୋଗିତାରେ ଶ୍ରେୟସ ଆୟର ଦଳର ନେତୃତ୍ୱ ନେବେ । ଏସିଆନ ଗେମ୍ସ ପାଇଁ ଘୋଷଣା ହୋଇଥିବା ଶକ୍ତିଶାଳୀ ଦଳରେ ଷ୍ଟାର୍ ବୋଲର ଯଶପ୍ରୀତ ବୁମ୍ରା ମଧ୍ୟ ସାମିଲ ଅଛନ୍ତି ।
ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଟି-୨୦ ସିରିଜ୍: ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟକିପର), ଇଶାନ କିଷାନ (ୱିକେଟକିପର), ଶିବମ ଦୁବେ, ତିଲକ ବର୍ମା, ନୀତିଶ ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ହର୍ଷିତ ରାଣା, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ ଓ ବୈଭବ ସୂର୍ଯ୍ୟବଂଶୀ ।
ଏସିଆନ ଗେମ୍ସ ୨୦୨୬: ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟକିପର), ଇଶାନ କିଷାନ (ୱିକେଟକିପର), ଶିବମ ଦୁବେ, ତିଲକ ବର୍ମା, ନୀତିଶ ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ହର୍ଷିତ ରାଣା, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍ରା ଓ ବୈଭବ ସୂର୍ଯ୍ୟବଂଶୀ ।
