ଭାଙ୍ଗିଯାଇପାରେ ଉଦ୍ଧବଙ୍କ ଶିବସେନା
ପୁଣି ବିଭାଜନମୁହାଁ ଶିବସେନାର ଉଦ୍ଧବ ଗୋଷ୍ଠୀ । ଅପରେସନ ଟାଇଗରରେ ଦଳରୁ ଭିନ୍ନ ଗୋଷ୍ଠୀ ହେବାକୁ ଦାବି କଲେ ୬ରୁ ୭ ସାଂସଦ । ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଦାବି ଜଣାଇଥିବା ଚର୍ଚ୍ଚା ହୋଇଛି । ୨୦୨୨ରୁ ପୁନରାବୃତ୍ତି ଆଶଙ୍କା ବଢିଥିବା ବେଳେ ଓମ ବିର୍ଲାଙ୍କୁ ଭେଟିଛନ୍ତି ଉଦ୍ଧବ ଗୋଷ୍ଠୀ ନେତା । ସେପଟେ ପ୍ରେସ ମିଟରେ ବିଦ୍ରୋହୀ ଗୋଷ୍ଠୀ ସାଂସଦଙ୍କ ଉପରେ ବର୍ଷିଛନ୍ତି ଶିବସେନା ୟୁବିଟି ମୁଖପାତ୍ର ସଞ୍ଜୟ ରାଉତ । ବିଦ୍ରୋହୀଙ୍କୁ ବେଇମାନ ଆଖ୍ୟା ଦେବା ସହ ଇସ୍ତଫା ଦେଇ ଦଳ ଛାଡ଼ିବାକୁ କହିଛନ୍ତି । ଦଳବଦଳ ପାଇଁ ସାଂସଦ ପିଛା ୫୦ କୋଟିର ଅଫର ଦିଆଯାଇଥିବା ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ ଏ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖିନାହିଁ ସିନ୍ଦେ ଗୋଷ୍ଠୀ ।
