ପାଣି ଘେରରେ ଫସିଥିବା ଲୋକଙ୍କୁ କରାଯିବ ଏୟାରଲିଫ୍ଟ

ଗଞ୍ଜାମରେ ଭୀଷଣ ବନ୍ୟା

ଗଞ୍ଜାମରେ ବନ୍ୟା ସ୍ଥିତି ସାଂଘାତିକ । ଚାରିଆଡ଼େ ବନ୍ୟା ଜଳ ଘେରି ରହିଥିବାରୁ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଏଭଳି ସ୍ଥିତିରେ ପାଣି ଘେରରେ ଫସିଥିବା ୧୨୦ ଜଣଙ୍କୁ ଏୟାରଲିଫ୍ଟ କରି ସୁରକ୍ଷିତ ସ୍ଥାନକୁ ନେବାକୁ ପଦକ୍ଷେପ ନିଆଯାଉଛି । ଏଥିପାଇଁ କୋଷ୍ଟଗାର୍ଡ ସହ ଆଲୋଚନା ଶେଷ ହୋଇଛି। ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କରାଯିବାର ଯୋଜନା ରହିଛି।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍‌ର ୨୯୯ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ମୋଟ ୪୪ ହଜାର ୫୦୦ ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୨ ହଜାର ଲୋକ ଜଳବନ୍ଦୀରେ ରହିଛନ୍ତି। ଅନ୍ୟପଟେ, ଶ୍ରୀକାକୁଲମରେ ରେଳ ବ୍ରିଜ୍‌ ଉପରେ ବନ୍ୟା ଜଳ ପ୍ରବାହିତ ହେବାରୁ ଟ୍ରେନ୍‌ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଫସିଥିବା ଲୋକଙ୍କୁ ଶୀଘ୍ର ସୁରକ୍ଷିତ ଉଦ୍ଧାର କରିବା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ।

Leave a Reply

Your email address will not be published. Required fields are marked *