ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ, ଗୃହରେ ଆଗତ ହେବ ଅତିରିକ୍ତ ବଜେଟ

ଆଜି ଗୃହରେ ଆଗତ ହେବ ଅତିରିକ୍ତ ବଜେଟ

ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ। ଆଜି ଗୃହରେ ଆଗତ ହେବ ଅତିରିକ୍ତ ବଜେଟ । ଅପରାହ୍ନରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଆଗତ କରାଯିବ । ସେପଟେ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, କ୍ରୀଡା ଓ ଯୁବ ବ୍ୟାପାର, ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ସାମାଜିକ ସୁରକ୍ଷା ଭଳି ବିଭାଗର ପ୍ରଶ୍ନ କାଳ ରହିଛି । ବିଧାୟକ ମାନେ ଭିନ୍ନ ତାଲିକାଭୁକ୍ତ ପ୍ରଶ୍ନ ମଧ୍ୟ ପଚାରିପାରିବେ । ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇବେ ଉଭୟ ଶାସକ ଓ ବିରୋଧୀ । କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ। ତେଣୁ ଆଜି ଦ୍ବିତୀୟ ଦିନରେ ଗୃହ ସରଗରମ ରହିପାରେ । ସୂଚନା ଅନୁଯାୟୀ ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ବିଧାନସଭା ଯାଇ ସ୍ବତନ୍ତ୍ର ଅଧିବେଶରେ ଗୃହକୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି । ବିଧାନସଭାରେ ଅଭିଭାଷଣ ପରେ ରାଜଭବନରେ ହୋଇଥିଲା ରାତ୍ରିଭୋଜନ ।

Leave a Reply

Your email address will not be published. Required fields are marked *