ଶୀତଳଭଣ୍ଡାର ପାଇଁ ସରକାର ଆଣିଲେ ନୂଆ ପସିଲି
ଶୀତଳଭଣ୍ଡାର ପାଇଁ ସରକାର ଆଣିଲେ ନୂଆ ପସିଲି । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏଥିରେ ଉପସ୍ଥିତ ଥିଲେ ରବି ନାଏକ ଓ ଗୋକୁଳାନନ୍ଦ ମଲ୍ଲିକ । ଓଡିଶାରେ ନିବେଶ କରିବା ପାଇଁ ଏହି ସମୟ ହିଁ ଉପଯୁକ୍ତ ସମୟ । ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ନୂଆ ବିଳ୍ପବ ଆଣିବାକୁ ବେଶ ସକ୍ଷମ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆମେ ଚାଷୀ ବା ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରାଯାଉଛି। ସ୍ମାର୍ଟ ଫାର୍ମିଂ ଏବଂ ଡିଜିଟାଲ ମାର୍କେଟିଂ ଦିଗରେ ମୋହନ ସରକାର କାର୍ୟ୍ୟ କରୁଛନ୍ତି ବୋଲି କହିଛନ୍ତି କେଭି ସିଂହଦେଓ । ଜୈବିକ ପ୍ରଣାଳୀରେ ଚାଷ ଆମ ସରକାରଙ୍କ ଫୋକସ। ଓଡ଼ିଶାର କୃଷି ଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପରେ ପୁଞ୍ଜି ନିବେଶ କରିବାକୁ ଶିଳ୍ପପତିଙ୍କୁ ଆହ୍ୱାନ କରାଯାଇଛି। ସେପଟେ ରାଜ୍ୟରେ ବଢିବ ଅଣ୍ଡା ଉତ୍ପାଦନ । ଅଣ୍ଡା ଉତ୍ପାଦନ ବଢାଇବା ପାଇଁ ଆସିବ ନୂଆ ପଲିସି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା ଦେଇଛନ୍ତି । ରାଜ୍ୟରେ ଅଢେଇ କୋଟି ଅଣ୍ଡାର ଆବଶ୍ୟକତା ରହିଛି । ଆମର ମାତ୍ର ଏକ କୋଟି ଅଣ୍ଡା ଉତ୍ପାଦନ ହେଉଛି । ଉତ୍ପାଦନ ବଢାଇବା ପାଇଁ ନୂଆ ପଲିସି ଆଣିବାକୁ ଯାଉଛୁ ।
