ସଲମାନ୍‌ଙ୍କୁ ପୁଣି ହତ୍ୟା ଧମକ

ସଲମାନ୍‌ଙ୍କୁ ପୁଣି ହତ୍ୟା ଧମକ

 ସଲମାନ୍‌ଙ୍କୁ ପୁଣି ଧମକ। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ସଲମାନଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ମେସେଜ୍। ଏଥିରେ କୁହାଯାଇଛି ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି। ଗୀତ ଲେଖିଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି ବୋଲି ଧମକପୂର୍ଣ୍ଣ ମେସେଜ୍ ଆସିଛି। ଗୀତ ଲେଖିଥିବା ବ୍ୟକ୍ତିଙ୍କୁ ମାସେ ଭିତରେ ମାରିଦେବା ଲାଗି ଖୋଲା ଚେତାବନୀ ଦିଆଯାଇଛି। ଯଦି ସଲମାନଙ୍କ ସାହସ ଅଛି ତାଙ୍କୁ ବଞ୍ଚାଇ ଦେଖାନ୍ତୁ ବୋଲି ବି ଚେତାବନୀ ଦିଆଯାଇଛି। ତେବେ ଏବଂ କେଉଁଠୁ ଏହି ଧମକ ଆସିଛି ତାହା ଜଣାପଡ଼ିନାହିଁ। ୱର୍ଲି ଥାନା ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ଛାନଭିନ୍ ଚଳାଇଛି। ଗତ ମାସରେ ସଲମାନଙ୍କୁ ହତ୍ୟା ନେଇ ଏକାଧିକ ଥର ଧମକ ଆସିଥିଲା। ଗତକାଲି ଶାହରୁଖ ଖାଁଙ୍କୁ ହତ୍ୟା ଧମକ ମିଳିଥିଲା। ତେବେ ଏକ ଧମକ ପୂର୍ଣ୍ଣ ଫୋନ୍‌ କଲ୍‌ ଆସିବା ପରେ ମୁମ୍ବାଇର ବାନ୍ଦ୍ରା ପୋଲିସ୍‌ ଷ୍ଟେସନ୍‌ରେ ଏକ ମାମଲା ରୁଜୁ କରାଯାଇଥିଲା । ତଦନ୍ତ ବେଳେ ପୋଲିସ୍‌ ଜାଣିବାକୁ ପାଇଛି ଯେ ଏକ ଧମକପୂର୍ଣ୍ଣ କଲ୍‌ ଛତିଶଗଡ଼ର ରାୟପୁରରୁ ଆସିଥିବା ଜଣାପଡ଼ିଥିଲା । ପରେ ପୋଲିସ୍‌ ଟିମ୍‌ ରାୟପୁର ଯାଇ ଅଧିକ ତଦନ୍ତ ଜାରି ରଖିଛି ।