ମିଳିଲା ଗୋଟିଏ ପରିବାରର ୫ ମୃତଦେହ
ଗିଡ଼ାପାବାଲିରେ ଷଷ୍ଠ ଦିନରେ ମିଳିଲା ଗୋଟିଏ ପରିବାରର ୫ ମୃତଦେହ । ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି । କନ୍ଧମାଳ-ଗଞ୍ଜାମ ସୀମାର ଗିଡ଼ାପାବାଲିରେ ଉଦ୍ଧାର କାର୍ଯ୍ୟ ଜାରି । ପରିବାରର ସହମତିରେ ଘଟଣାସ୍ଥଳରେ ଶେଷକୃତ୍ୟ । ଷଷ୍ଠ ଦିନର ଉଦ୍ଧାର ଅଭିଯାନରେ ଗୋଟିଏ ପରିବାରର ଆଉ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଥିସହ ଘଟଣାସ୍ଥଳରୁ ମୋଟ ଉଦ୍ଧାର ହୋଇଥିବା ମୃତଦେହ ସଂଖ୍ୟା ୭ରେ ପହଞ୍ଚିଛି । ନଭେମ୍ବର ୫ ତାରିଖରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଏହି ସୂଚନା ଦେଇଛନ୍ତି ।ଲଗାତାର ଛଅ ଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ଆଉ ୫ଟି ମୃତଦେହ ମିଳିଛି । ଉଦ୍ଧାର ସମୟରେ ମୃତକଙ୍କ ପରିବାର ସଦସ୍ୟମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ପରିବାରର ସହମତି ଓ ସେମାନଙ୍କ ଭାବନାକୁ ସମ୍ମାନ ଜଣାଇ ସେହି ସ୍ଥାନରେ ହିଁ ୫ ଜଣଙ୍କ ଶେଷକୃତ୍ୟ ପାଇଁ ବ୍ୟବସ୍ଥା କରିଥିଲା ଜିଲ୍ଲା ପ୍ରଶାସନ ।
