ଭିଜିଲାନ୍ସ ଜାଲରେ ରାୟଗଡ଼ାର ସହକାରୀ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ରାୟଗଡ଼ାର ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ କୋଲନରା ବ୍ଲକରେ କାର୍ଯ୍ଯରତ ଅଛନ୍ତି । ରାୟଗଡା ସହରର ରାଉତ କଲୋନୀ ସ୍ଥିତ ବାସଭବନ, କୋଳନରା କାର୍ଯ୍ୟାଳୟ ଓ ବ୍ରହ୍ମପୁରର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ତେବେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢାଉରେ ୫ଟି ଟିମ୍ ସାମିଲ୍ ଅଛନ୍ତି । ରେଡ ବେଳେ ସୁନା, ବିଭିନ୍ନ ବ୍ୟାଙ୍କ ପାସବୁକ, ନଗଦ ଟଙ୍କା ଜବତ ହୋଇଛି। ଚଢାଉ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସଂପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।
