କାର୍ତ୍ତିକ ମାସ ପରେ ମହାପ୍ରଭୁଙ୍କ ସମସ୍ତ ରତ୍ନ ଅଳଙ୍କାର ଗଣତି ମଣତି କରାଯିବ : ଆଇନ ମନ୍ତ୍ରୀ
ମହାପ୍ରଭୁଙ୍କ ସମସ୍ତ ରତ୍ନ ଅଳଙ୍କାର କାର୍ତ୍ତିକ ମାସ ପରେ ଗଣତି ମଣତି କରାଯିବା ନେଇ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି l ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ମରାମତି ଶେଷ ହୋଇ ରତ୍ନଅଳଂକାର ମୂଳ ରତ୍ନଭଣ୍ଡାରକୁ ଫେରିଛି l କାର୍ତ୍ତିକ ମାସ ପରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ମଣତି କରାଯିବ l କାର୍ତ୍ତିକ ମାସ ଅନେକ ନୀତି ସହ ଭକ୍ତଙ୍କ ଭିଡ ରହିଛି l ତେଣୁ କାର୍ତ୍ତିକ ମାସ ପରେ ରତ୍ନଅଳଙ୍କାର ଗଣତି ମଣତି କରାଯିବା ନେଇ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି l
