ଦୀପାବଳି ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା

ଦୀପାବଳି ପାଇଁ ଦୁଇ ଦିନ ସ୍କୁଲ-କଲେଜ ଛୁଟି

ଆଲୋକର ପର୍ବ ଦୀପାବଳି ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି । ଏଥିପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ସରକାର । ଆସନ୍ତା ସୋମବାର ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।ସେହିପରି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ମଧ୍ୟ ଦୀପାବଳି ପାଇଁ ସରକାରୀ ଛୁଟି ଘୋଷଣା କରିଛନ୍ତି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦୀପାବଳି ଅବସରରେ ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ବା ଅକ୍ଟୋବର ୨୦ ଓ ୨୧ ରେ ସମସ୍ତ କଲେଜ ଛୁଟି ରହିବ। ମାତ୍ର ନୂଆପଡ଼ା ଜିଲ୍ଲାରେ ଉପନିର୍ବାଚନ ଥିବାରୁ ଏହି ନିୟମ ଲାଗୁ ହେବ ନାହିଁ।ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଆସନ୍ତା ସୋମବାର ଓ ମଙ୍ଗଳବାର ବା ୨୦ ଓ ୨୧ ତାରିଖ ଦୁଇ ଦିନ ଦୀପାବଳି ପାଇଁ ଛୁଟି ରହିବ । କିନ୍ତୁ ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର ହୋଇଥିବା ସତ୍ତ୍ବେ ଏହି ଦିନ ଛୁଟି ହେବ ନାହିଁ । ୨୦ ତାରିଖ ଦିନ ଦିନ ଦୀପଦାନ ଏବଂ ପୟା ଶ୍ରାଦ୍ଧ ପାଳିବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଛି। ସରକାର ୨୧ ତାରିଖ ପରିବର୍ତ୍ତେ ୨୦ ତାରିଖକୁ ଛୁଟି ଘୋଷଣା କରିବାକୁ ଦାବି ହୋଇଥିଲା।