ମହାପ୍ରଭୁଙ୍କ ଅପେକ୍ଷାରେ ସିଂହଦ୍ଵାର

ରାତି ପାହିଲେ ରଥଯାତ୍ରା

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର , ରାତି ପାହିଲେ ଶ୍ରୀମନ୍ଦିରରୁ ବାହାରିବ କାଳିଆ । ହଲିହଲି ଝୁଲିଝୁଲି ରଥରେ ବସିବ ଆଉ ନବଦିନାତ୍ମକ ଯାତ୍ରାରେ ଯିବ ଗୁଣ୍ଡିଚା ଘର । କାଳିଆର ଏ ଯାତ୍ରା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମହାପ୍ରଭୁଙ୍କୁ କୋଳେଇ ଆଣିବାକୁ ତିନି ରଥ ବି ପ୍ରସ୍ତୁତ।ଅନ୍ୟପଟେ ରଥଯାତ୍ରା ପାଇଁ ପୁରୀରେ ସମସ୍ତ ପ୍ରସ୍ତୁତିକୁ ଦିଆଯାଉଛି ଶେଷ ସ୍ପର୍ଶ । ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ପୁଲିସ ପ୍ରଶାସନ…ସମସ୍ତେ ଭକ୍ତଙ୍କ ସମାଗମକୁ ସୁବ୍ୟବସ୍ଥିତ କରିବାରେ ଲାଗିପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *