ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ

ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ

ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସ୍‌ନୋଟ୍‌ ଜାରି କଲେ ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ। ଫେବୃଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ, ୬ରେ ଯାଞ୍ଚ। ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍‌ ଗ୍ରହଣ। ଅପରାହ୍ଣ ୫ଟାରେ ହେବ ଭୋଟ୍‌ ଗଣତି। ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ସରୁଛି। ମମତା ମହାନ୍ତ, ମୁନା ଖାନ୍‌, ସୁଜିତ୍‌ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସରୁଛି ।

Leave a Reply

Your email address will not be published. Required fields are marked *