ବିଜେପିରୁ ୫ ଜଣଙ୍କୁ ସସପେଣ୍ଡ
ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବିଜେପିର ଆକ୍ସନ । ବିଜେପିରୁ ୫ ଜଣଙ୍କୁ ସସପେଣ୍ଡ କରାଯାଇଛି । ବିଏମସି ହିଂସାକାଣ୍ଡ ସମ୍ପୃକ୍ତିରେ ଦଳ ପକ୍ଷରୁ ଏହି କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରାଥମିକ ସଦସ୍ୟ ପଦରୁ ସସ୍ପେଣ୍ଡ୍ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । କର୍ପୋରେଟର ଅପରୂପ ନାରାୟଣ ରାଉତ, ସଚିକାନ୍ତ ସ୍ବାଇଁ ଓ ସଞ୍ଜୀବ ମିଶ୍ର, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ ପ୍ରମୁଖ ସସପେଣ୍ଡ୍ ହୋଇଛନ୍ତି ।ଏହା ପୂର୍ବରୁ ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ରାଜ୍ୟ ସରକାରଙ୍କ ଆକ୍ସନ। ଖାରବେଳନଗର ଥାନାରେ ଏଫଆଇଆର ପରେ ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତଙ୍କ ସହ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଅଫିସ୍ ରେ ପଶି ଆକ୍ରମଣ ଘଟଣାରେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଧାନ ଗିରଫ ହୋଇଥିଲେ । ଗିରଫ ଜୀବନ ରାଉତ ହେଉଛନ୍ତି ୨୯ ନଂ ୱାର୍ଡ କର୍ପୋରେଟର।
