ଆଜି ଜନ୍ମମାଟିରେ ପହଞ୍ଚିବ ରାଜେନ୍ଦ୍ର ଢୋଲକିଆଙ୍କ ପାର୍ଥିବ ଶରୀର
ଆଜି ଜନ୍ମମାଟିରେ ପହଞ୍ଚିବ ରାଜେନ୍ଦ୍ର ଢୋଲକିଆଙ୍କ ପାର୍ଥିବ ଶରୀର । ନୂଆପଡ଼ା ଖରିଆଡ଼ରୋଡ଼ସ୍ଥିତ ବାସଭବନରେ ପହଞ୍ଚିବା ପରେ ଗାଁ ଶ୍ମଶାନରେ ହେବ ଶେଷକୃତ୍ୟ । ତାଙ୍କ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଚେନ୍ନାଇର ହସପିଟାଲରେ ଆଖି ବୁଜିଥିଲେ ନୂଆପଡ଼ା ବିଜେଡି ବିଧାୟକ। ଦୀର୍ଘଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ନୂଆପଡ଼ାରୁ ୪ ଥର ବିଧାୟକ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ପ୍ରଥମ ଥର ୨୦୦୪ରେ ସ୍ବାଧୀନ ଭାବେ ଲଢି ବିଧାୟକ ହୋଇଥିଲେ ।୨୦୦୯, ୨୦୧୯ ଓ ୨୦୨୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲ । ଢୋଲକିଆ ୨୦୨୨ରୁ ୨୦୨୪ ଯାଏ ଯୋଜନା ଓ ସମନ୍ବୟ ବିଭାଗର ମନ୍ତ୍ରୀ ଥିଲେ। ନୂଆପଡ଼ାରେ ବିଜେଡିର ଜଣେ ଟାଣୁଆ ଓ ଲଢୁଆ ନେତା ଥିଲେ ରାଜେନ୍ଦ୍ର ଢୋଲକିଆ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।
