ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର
ନେପାଳରେ ସୋସିଆଲ ମିଡିଆ ବ୍ୟାନ୍ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର । ସାଂଘାତିକ ହିଂସା ପରେ ଗତକାଲି ବିଳମ୍ବିତ ରାତିରେ ସରକାର ବ୍ୟାନ୍ ହଟାଇଛନ୍ତି । ଗତକାଲି ସଂସଦ ଆଗରେ ମୁହାଁମୁହିଁ ହୋଇଥିଲେ ପୋଲିସ-ଜେନ-ଜି ବିକ୍ଷୋଭାକାରୀ । ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ଦେଶବ୍ୟାପୀ ଜେନ-ଜିଙ୍କ ଆନ୍ଦୋଳନ ପରେ ଇସ୍ତଫା ଦେଇଛନ୍ତି ଗୃହମନ୍ତ୍ରୀ ରମେଶ ଲେଖକ ।ସୋସିଆଲ ମିଡିଆ ବ୍ୟାନ୍ ଓ ଦୁର୍ନୀତି ବିରୋଧରେ ହୋଇଥିବା ବିକ୍ଷୋଭରେ ହୋଇଥିବା ମୃତ୍ୟୁ ନେଇ ନୈତିକ ଦାୟିତ୍ବ ନେଇ ଇସ୍ତଫା ଦେଇଛନ୍ତି । ବିକ୍ଷୋଭ ଦମକ କରିବାକୁ ପୋଲିସକୁ ଗୁଳିମାଡ଼ ନିର୍ଦ୍ଦେଶ ଦେଇଥିଲେ ଲେଖକ । ସେପଟେ ନେପାଳ ସଂସଦ ସହ ରାଜଧାନୀ କାଠମାଣ୍ଡୁର ବହୁ ସମ୍ବେଦନଶୀଳ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି । ଆନ କାନୁନ ବଜାୟ ରଖିବାକୁ ଆର୍ମିକୁ ମୁତୟନ କରିଛନ୍ତି ନେପାଳ ସରକାର ।ସେପ୍ଟେମ୍ବର ୪ରେ ଫେସବୁକ୍, ୟୁଟ୍ୟୁବ, ଏକ୍ଦ ଭଳି ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଟକଣା ଜାରି କରିଥିଲେ ସରକାର । ଏହାକୁ ପ୍ରତିବାଦ କରିଥିଲେ ଜେନ-ଜି । ପରେ ଉଗ୍ରରୂପ ନେଇଥିଲେ ବିକ୍ଷୋଭ । ଏହାକୁ ନେପାଳର ଜେନ ଜି ବିପ୍ଲବ ବୋଲି କୁହାଯାଇଛି ।
