ସାରା ରାଜ୍ୟରେ ବର୍ଷା ବିତ୍ପାତ
ସାରା ରାଜ୍ୟରେ ବର୍ଷା ବିତ୍ପାତ । ଆହୁରି ଦୁଇ ଦିନ ପ୍ରବଳ ବର୍ଷିବ । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ସକାଳ ସାଢ଼େ ୮ଟା ଯାଏଁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ ଓ କଳାହାଣ୍ଡିକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏଥିସହ ଆଜି ସକାଳ ସାଢେ ୮ଟାରୁ କାଲି ସକାଳ ସାଢ଼େ ୮ଟା ଯାଏଁ ନୂଆପଡ଼ା, ବରଗଡ଼, ସମ୍ବଲପୁର ପାଇଁ ରେର୍ଡ ୱାର୍ଣ୍ଣିଂ ଜାରି ହୋଇଛି। ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡିଶା, ଗୁଜରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ଓଡ଼ିଶା ପାଇଁ ସତର୍କତା ଜାରି କରାଯାଇଥିବା ବେଳେ ଗତକାଲି ରାଜ୍ୟର ପ୍ରାୟ ସବୁଠି ପ୍ରବଳ ବର୍ଷା ରେକର୍ଡ ହୋଇଛି ।
