କଟକ ଓ ଭୁବନେଶ୍ୱରରେ କୁଆପଥର ବର୍ଷା
ଟ୍ୱିନସିଟିରେ କାଳବୈଶାଖୀର ତାଣ୍ତବ । କଟକ ଓ ଭୁବନେଶ୍ୱରରେ ପ୍ରବଳ ବେଗରେ ପବନ ବହିବା ସହ କୁଆପଥର ବର୍ଷା ହୋଇଛି । ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଲାଗି ରହିଛି । ଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି କରାଯାଇଛି । ୪ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ସତର୍କତା ଜାରି କରାଯାଇଛି । କଟକ, ପୁରୀ, ଖୋର୍ଦ୍ଧା ଆଉ ଜଗତସିଂହପୁର ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ପବନ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।
