ରାଜଧାନୀରେ ବିଭିନ୍ନ ମିଠା ଦୋକାନରେ ଚଢ଼ାଉ, ଖାଦ୍ୟ ନମୁନା ଯାଞ୍ଚ
ରାଜଧାନୀରେ ବିଭିନ୍ନ ମିଠା ଦୋକାନରେ ଚଢ଼ାଉ। ରାଖିପୂର୍ଣ୍ଣିମା ଅବସରରେ ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗର ଚଢ଼ାଉ। ବିଏମସିର ଫୁଡ୍ ସେଫଟି ଟିମ୍ ଜାଗମରା , ଡେଲଟା ଛକ , ଶିରିପୁର ଭଳି ବିଭିନ୍ନ ଛକ ଉପରେ ଥିବା ଗହଳୀପୂର୍ଣ୍ଣ ମିଠା ଦୋକାନରେ ପଶି ଖାଦ୍ୟ ନମୁନା ଯାଞ୍ଚ କରୁଛନ୍ତି ।ରାକ୍ଷୀ ପୂର୍ଣ୍ଣିମା ରେ ମିଠା କିଣିବାକୁ ଗହଳି ଚହଳି । ହେଲେ ଏହି ମୋକାରେ ମିଠା ଦୋକାନରେ ପଶୁଛି ଫୁଡ ସେଫଟି ଟିମ୍ । ନକଲି ପନିର ଓ ଛେନା ବିକ୍ରି ଯାଚ ନେଇ ଚଢାଉ ଜାରି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ମିଠା ଦୋକାନ ମାନଙ୍କରେ ରେ ଘନ ଘନ ରେଡ କରୁଛନ୍ତି ଅଧିକାରି।
ଫୁଡ୍ ସେଫଟି ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି।ମିଠା ଦୋକାନରେ ପଶି ମିଠାରେ ବ୍ୟବହୃତ ଛେନା ଓ ପନୀର ଜାତିୟ ସାମଗ୍ରୀ ର ଚାଲିଛି ନମୁନା ଯାଚ ।ଏନେଇ ବିଏମସି ର ଫୁଡ୍ ସେଫଟି ଟିମ୍ ଜାଗମରା , ଡେଲଟା ଛକ , ଶିରିପୁର ଭଳି ସହରର ବିଭିନ୍ନ ଛକ ଉପରେ ଥିବା ଗହଳୀପୁର୍ଣ୍ଣ ମିଠା ଦୋକାନରେ ପଶି ନମୁନା ଯାଂଚ କରୁଛନ୍ତି।ଯାଚ ବେଳେ ଫୁଡ୍ ସେଫଟି ନିୟମ ଉଲଙ୍ଘନ ହେଉଥିଲେ ଫାଇନ କଷୁଛନ୍ତି ଅଧିକାରୀ।ଏନେଇ ଡେଲଟା ଛକ ମିଠାଇ ଏକ୍ସପ୍ରେସ ରେ ଯାଚ କରୁଛନ୍ତି ଫୁଡ୍ ସେଫଟି ଟିମ୍।ସେଇଭଳି ତୃପ୍ତି ଗାଙ୍ଗୁରାମ ରେ ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ପ୍ରସ୍ତୁତି ଏନେଇ ଚଢାଉ ହୋଇଛି ।
