ଜାନୁଆରୀ ୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଜାନୁଆରୀ ୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା। ଏହାର ନେତୃତ୍ୱ ନେବେ ରାହୁଲ ଗାନ୍ଧୀ, ଓଡ଼ିଶା ଦେଇ ଆଗକୁ ବଢିବ ଯାତ୍ରା । ଭାରତ ଯୋଡ ଯାତ୍ରା ଭଳି ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ । ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏହି ଯାତ୍ରା ବେଶ ଗୁରୁତ୍ୱପୂର୍ଣ୍ଣ । ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ । ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ଏହି ଯାତ୍ରା ଯିବ । ମୋଟ ୬୨୦୦ କିଲୋମିଟରର ଏହି ଯାତ୍ରା ସମ୍ପୂର୍ଣ୍ଣ ରୂପେ ପଦଯାତ୍ରା ହେବନି । ବରଂ ଏହି ଯାତ୍ରାରେ ବସର ବ୍ୟବହାର କରାଯିବ । ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର ଦେଇ ଏହି ଯାତ୍ରା ଯିବ । ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ବସରେ ଏହି ଯାତ୍ରା କରାଯିବ । ତେବେ ଯାତ୍ରାରେ ସାମିଲ ନେତା କିଛି କିଛି ସ୍ଥାନରେ ପଦଯାତ୍ରା ମଧ୍ୟ କରିବେ । ଏହି ଯାତ୍ରାର ନାଁ ଭାରତ ନ୍ୟାୟ ଯାତ୍ରା ରଖିବା ପଛର ମୂଳ କାରଣ ବାବଦରେ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ଆମେ ଜନତାଙ୍କୁ ଆଶ୍ୱସନା ଦେବାକୁ ଚାହୁଁଛୁୁ ଯେ, ଆର୍ଥିକ, ସାମାଜିକ ନ୍ୟାୟ ସେମାନଙ୍କୁ ପ୍ରଦାନ କରିବୁ । ଏହି ଯାତ୍ରା ଜରିଆରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ।