ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ

ରାହୁଲ ଗାନ୍ଧୀଙ୍କୁ କୋର୍ଟ ପଠାଇଲେ ସମନ

ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ । କୋର୍ଟ ପଠାଇଲେ ସମନ । ଲୋକସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ବରେଲିର ଏକ କୋର୍ଟ ତାଙ୍କୁ ସମନ ପଠାଇଛି । ଜାନୁଆରୀ ୭ରେ ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ଜିଲା ତଥା ଦୌରା ଜଜ୍‌ ସୁଧୀର କୁମାର ନିର୍ଦ୍ଦେଶ ଦେଇଛନ୍ତି। ଅଖିଳ ଭାରତୀୟ ହିନ୍ଦୁ ମହାସଂଘର ମଣ୍ଡଳ ସଭାପତି ପଙ୍କଜ ପାଠକଙ୍କ ଆବେଦନ ଆଧାରରେ ଏହି ସମନ ଜାରି କରାଯାଇଛି। ରାହୁଲଙ୍କ ନାଁରେ ମାମଲା ରୁଜୁ ପାଇଁ ଗତ ଅଗଷ୍ଟରେ ପାଠକ ଏମ୍‌ଏଲ୍‌ଏ-ଏମ୍‌ପି କୋର୍ଟ/ସିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ଅଦାଲତ ଅବେଦନକୁ ଖାରଜ କରିଦେବାରୁ ସେ ସେସନ୍ସ କୋର୍ଟରେ ରିଭିଜନ ପିଟିସନ ଦାୟର କରିଥିଲେ। ଲୋକସଭା ନିର୍ବାଚନ ବେଳେ ରାହୁଲ କହିଥିଲେ, ଦୁର୍ବଳ ଶ୍ରେଣୀ ଲୋକଙ୍କ ଶତାଂଶ ଅଧିକ ହୋଇଥିବା ସତ୍ତ୍ୱେ ସେମାନଙ୍କ ପାଖରେ ଥିବା ସମ୍ପତ୍ତି ଶତାଂଶ ବହୁତ କମ୍‌। ଏଭଳି ହେଲେ ଅଧିକ ଜନସଂଖ୍ୟା ଲୋକେ ଅଧିକ ଅଧିକ ସମ୍ପତ୍ତି ଦାବି କରିପାରିବେ। ପାଠକଙ୍କ ଓକିଲ ବୀରେନ୍ଦ୍ର ପାଲ୍‌ ଗୁପ୍ତା ଅଦାଲତଙ୍କୁ ଏହା ଜଣାଇବା ସହ ରାହୁଲ ରାଜନୈତିକ ଫାଇଦା ପାଇଁ ତାଙ୍କ ମନ୍ତବ୍ୟ ଦେଇଥିବା ଏବଂ ଦୁର୍ବଳ ବର୍ଗଙ୍କୁ ଉସୁକାଇବାକୁ ଉଦ୍ୟମ କରିଥିବା କହି ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *