ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧୀ

ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧୀ

ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲଗାନ୍ଧୀ । ଛାତ୍ରୋଁ କି ଗୁଞ୍ଜ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସିବେ ।ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ ।ରାହୁଲଙ୍କ ସହ କଂଗ୍ରେସର ଅନ୍ୟନେତା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଭୁବନେଶ୍ୱରରେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବ କଂଗ୍ରେସ । ସେଥିରେ ୨୦ହଜାର ଯୁବକ ଯୋଗଦେବେ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି। ଜାନୁଆରୀ ଓ ଫେବୃଆରୀ ଭିତରେ ରାହୁଲଗାନ୍ଧୀଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବେ । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଅକ୍ଟୋବର ୨ ତାରିଖରୁ ପଦଯାତ୍ରା କରି ବ୍ଲକ ଘେରାଓ କରିବ କଂଗ୍ରେସ । ଅକ୍ଟୋବର ୨ତାରିଖରୁ ନବରଙ୍ଗପୁରରେ ପଦଯାତ୍ରା ଆରମ୍ଭ ହେବ ବୋଲି ପିସିସି ସଭାପତି କହିଛନ୍ତି।

Leave a Reply

Your email address will not be published. Required fields are marked *